ମହାରାଷ୍ଟ୍ର: ଏନସିବି ମୁମ୍ବାଇର ପୂର୍ବତନ ଜୋନାଲ ଡାୟରେକ୍ଟର ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଏନେଇ ୱାଙ୍ଖଡେ ମୁମ୍ବାଇର ଗୋରେଗାଁଓ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ‘ଅମନ’ ନାମକ ଏକ ଫେକ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଗତ କିଛିଦିନ ହେବ ତାଙ୍କୁ ଲଗାତାର ହତ୍ୟା ଧମକ ମିଳୁଥିବା ୱାଙ୍ଖଡେ କହିଛନ୍ତି ।
ସୂଚନାଯୋଗ୍ୟ, ସମୀର ୱାଙ୍ଖଡେଙ୍କୁ ଯେବେଠୁ କାଷ୍ଟ ସ୍କ୍ରୁଟନୀ କମିଟିରୁ କ୍ଲିନ୍ ଚିଟ୍ ମିଳିଛି ସେବେଠୁ ସୋସିଆଲ ମିଡିଆ ଜରିଆରେ ତାଙ୍କୁ ହତ୍ୟା ଧମକ ମିଳୁଛି ।