ହୀରାକୁଦରେ ୬୨୨ ତଳକୁ ଖସିଲା ଜଳସ୍ତର

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ହୀରାକୁଦ ଡ୍ୟାମର ଜଳସ୍ତର ୬୨୨ ଫୁଟ ତଳକୁ ଖସିଛି । ଆଉ ଏବେ ଜଳସ୍ତର ୬୨୧.୯୩ ଫୁଟ ରହିଛି । ଡ୍ୟାମକୁ ୩.୨୩ ଲକ୍ଷ କ୍ୟୁସେକ ଜଳ ପଶୁଥିବାବେଳେ ୪.୧୦ ଲକ୍ଷ କ୍ୟୁସେକ ଜଳ ବାହାରୁଛି । କାଲି ସକାଳ ସୁଦ୍ଧା ଡ୍ୟାମ ଜଳସ୍ତର ୬୨୦.୫କୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ମୁଣ୍ଡଳିରେ ଏବେ ୯.୪୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ଜଳସ୍ତର କମିବା ସହ ନୂଆ ଘାଇ ହୋଇନାହିଁ । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।