ଛୋଟ ଦଳ ସହ ମେଣ୍ଟ କରିବ ସମାଜବାଦୀ ପାର୍ଟି: ଅଖିଳେଶ ଯାଦବ

ଲଖନଉ: ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପରସ୍ପରକୁ କଟାକ୍ଷ କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏଭଳି ସ୍ଥିତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି। ସମାଜବାଦୀ ପାର୍ଟି ଛୋଟ ଦଳ ସହ ମେଣ୍ଟ କରିବ ବୋଲି ଅଖିଳେଶ କହିଛନ୍ତି। ଏଥିସହିତ ବିଜେପିକୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି ଯେ, ବିଜେପି ଅସଲ ପ୍ରସଙ୍ଗରୁ ସର୍ବଦା ଓହରିଯାଉଛି। ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗରେ କଦାପି ଆଲୋଚନା କରୁନାହିଁ।

ସୂଚନାଯୋଗ୍ୟ, ୟୁପିରେ ବିଧାନସଭା ନିର୍ବାଚନକୁ ବର୍ଷେରୁ ବି କମ୍ ସମୟ ଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନ ଯୋଗୁ ଅଖିଳେଶ ଖୁବ୍ ଉତ୍ସାହିତ ଅଛନ୍ତି।