ସଲମାନ୍ ହେଲେ ଚିଙ୍ଗାରୀର ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର

ନୂଆଦିଲ୍ଲୀ, ଏଜେନ୍ସି: ଚିଙ୍ଗାରୀ,ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ମିଡିଆ ସୁପର ମନୋରଞ୍ଜନ ଆପ୍ ଆଜି ସଲମାନ ଖାନଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଏବଂ ନିବେଶକ ଭାବରେ ଘୋଷଣା କରିଛି। ଚିଙ୍ଗାରୀ, ଆପର ସହ ପ୍ରତିଷ୍ଠାତା ତଥା ସିଇଓ, ସୁମିତ୍ ଘୋଷ କହିଛନ୍ତି ଯେ, “ଭାରତର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିବା ହେଉଛି ଆମର ଲକ୍ଷ୍ୟ ଏବଂ ଆମ ପାଇଁ ଏକ ଖୁସିର ବିଷୟ ହେଉଛି କି ସଲମାନ ଖାନ୍ ଆମର ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର ତଥା ନିବେଶକ ଭାବରେ ଆମ ସହ ଅଛନ୍ତି। ଏହି ଚୁକ୍ତି ବିଷୟରେ ସଲମାନ ଖାନ୍ କହିଛନ୍ତି “ଚିଙ୍ଗାରି ଭାରତର ସବୁଠାରୁ ଲୋକପ୍ରିୟ ମନୋରଞ୍ଜନ ଆପ୍ ମଧ୍ୟରେ ଅନ୍ୟତମ। ଏହି ଆପ୍ ଖୁବ୍ କମ୍ ସମୟ ମଧ୍ୟରେ ଗ୍ରାମାଞ୍ଚଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ମନୋରଞ୍ଜନ କରି ପାରିଛି।