ଭାରତର ପ୍ରଥମ କାର୍ଡଲେସ୍ ଏଟିଏମ୍

ନୂଆଦିଲ୍ଲୀ,ଏଜେନ୍ସି: ଏନସିଆର କର୍ପୋରେସନ୍, ଟେଲର ମେସିନ୍ (ଏଟିଏମ୍)ର ନିର୍ମାତା ସିଟି ୟୁନିଅନ୍ ବ୍ୟାଙ୍କ ସହଯୋଗରେ ପ୍ରଥମ କାର୍ଡଲେସ୍ ନଗଦ ପ୍ରତ୍ୟାହାର (ଆଇସିସିଡବ୍ଲୁ) ବ୍ୟବସ୍ଥା ଲଞ୍ଚ କରିଛନ୍ତିି। ଏହି ସିଷ୍ଟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ପ୍ଲାଟଫର୍ମ ଉପରେ ଆଧାରିତ। ସିଟି ବ୍ୟାଙ୍କ ଏହାର ୧,୫୦୦ ଏଟିଏମକୁ ଏହି ସୁବିଧା ସହିତ ନବୀକରଣ କରିଛି। ଯାହାକି କ୍ୟୁଆର୍ କୋଡ୍ ଆଧାରିତ ହେବ। ବିନା କାର୍ଡରେ ମୋବାଇଲ୍ର ସ୍କାନ୍ ଅପସନକୁ ବ୍ୟବହାର କରି ଗ୍ରାହକ ଏଟିଏମରୁ ଟଙ୍କା ଉଠାଇ ପାରିବେ। ସିଟି ୟୁନିଅନ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏନ କାମାକୋଡି କହିଛନ୍ତି ଯେ ଏହି ସୁବିଧା ପରବର୍ତ୍ତୀ ପିଢିର ଆବଶ୍ୟକତାକୁ ପୂରଣ କରିବା ସହିତ ଗ୍ରାହକଙ୍କ ପାଇଁ ଏହା ସହଜ ହେବ। ଏଥିପାଇଁ ଗ୍ରାହକଙ୍କୁ ନିଜ ସ୍ମାର୍ଟ ଫୋନରେ ୟୁପିଆଇ ଆପ୍ଲିକେସନ୍ ଜରିଆରେ ଏଟିଏମ୍ ସ୍କ୍ରିନରେ ଆସୁଥିବା କ୍ୟୁଆର୍ ସ୍କାନ୍ କୋଡକୁ ସ୍କାନ କରିବାକୁ ହେବ। ବର୍ତ୍ତମାନ ପାଇଁ ଏହି ସୁବିଧାରେ ସର୍ବନିମ୍ନ ୫ ହଜାର ଟଙ୍କା ଉଠାଯାଇ ପାରିବ।