ମୋଦୀଙ୍କୁ ମାରିବାକୁ ଧମକ ଦେବାରୁ ସଲମାନ ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିବା ଯୁବକକୁ ଦିଲ୍ଲୀରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୨୨ ବର୍ଷୀୟ ଯୁବକ ଜଣକର ନାମ ହେଉଛି ସଲମାନ। ଯୁବକ ଜଣକ ୧୦୦ ନମ୍ବର ପିସିଆରକୁ ଫୋନ୍ କରି ମୋଦୀଙ୍କୁ ମାରିବାକୁ ଧମକ ଦେଇଥିଲା।

ସଲମାନ ଜେଲ ଯିବାକୁ ଚାହୁଁଥିବାରୁ ପିସିଆରକୁ ଫୋନ୍ କରି ମୋଦୀଙ୍କୁ ମାରିବାକୁ ଧମକ ଦେଇଥିଲା ବୋଲି ପୁଲିସ ପଚାରିବାରୁ କହିଛି।  ହେଲେ ସେ କିଛିଦିନ ପୂର୍ବରୁ ହିଁ ଜେଲରୁ ଫେରିଥିଲା।