ଦେଓଗାଁ,ଏନ୍ଏନ୍ଏସ୍: ସଇଁତଲା ରେଞ୍ଜ ଅଧୀନରେ ଥିବା ଦେଓଗାଁ ବ୍ଲକ୍ର ଗୋଏଲପିଟା ଗାଁ’ରେ ବନ ବିଭାଗ ଚଢ଼ଉ କରି ଝିଅ ବାହାଘର ପାଇଁ ନିର୍ମାଣ ଚାଲିଥିବା କାଠ ସାମଗ୍ରୀକୁ ଜବତ କରିଛି। ଏଥିରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି। ସୋମବାର ସକାଳେ ବନବିଭାଗର କର୍ମଚାରୀମାନେ କୌଣସି ସୂତ୍ରରୁ ଖବରପାଇ କନ୍ଧକେଲଗାଁ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିକୁଆଁ ପଞ୍ଚାୟତର ଗୋଏଲ ପିଟା ଗାଁ’ରେ ଚଢ଼ଉ କରିଥିଲେ।
