କଂଗ୍ରେସର ‘ସହିଦଙ୍କୁ ସଲାମ’ କାର୍ଯ୍ୟକ୍ରମ

ବଲାଙ୍ଗିର,ଏନ୍ଏନ୍ଏସ୍: ଭାରତ-ଚୀନ ସୀମାନ୍ତ ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ଜଣ ଯବାନଙ୍କୁ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ‘ସହିଦଙ୍କୁ ସଲାମ’ ନାମକ ଏକ କାର୍ଯ୍ୟକ୍ରମ ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଅବସରରେ ଗାନ୍ଧୀନଗରପଡ଼ାସ୍ଥିତ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସଭ୍ୟମାନେ ଏକତ୍ରିତ ହୋଇ ବୀର ସୈନିକଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ରାଜ୍ୟ କଂଗ୍ରେସର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ, ଦେଶର ଦୁର୍ବଳ ଅର୍ଥନୀତି ଏବଂ ଦିଶାହୀନ କୂଟନୀତିର ଫାଇଦା ନେଇ ଚୀନ ସେନା ଭାରତ ମଧ୍ୟରେ ଅନୁପ୍ରବେଶ କରି ଏକ ଯୁଦ୍ଧର ବାତାବରଣ ସୃଷ୍ଟି କରିସାରିଛି। ଏଭଳି ସ୍ଥିତିରେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ସବୁବେଳେ ଭାରତୀୟ ସେନା ସାଙ୍ଗରେ ଅଛି ବୋଲି ସେ କହିଥିଲେ। କଂଗ୍ରେସର ବରିଷ୍ଠ ନେତା ଅସୀମ ପଟ୍ଟନାୟକ ଓ ସାନନ୍ଦ ମିଶ୍ର ଚୀନ ସେନାର ଅନଧିକାର ପ୍ରବେଶକୁ ନିନ୍ଦା କରିବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସାମ୍ନାରେ ଏହି ଘଟଣାକୁ ନେଇ କ୍ଷମା ମାଗନ୍ତୁ ବୋଲି କହିଥିଲେ। ରାଜ୍ୟ ପିସିସି ସମ୍ପାଦକ ସୁଦାମ ସାହୁ, ଅଜୟ ବାଲି, ଉମାକାନ୍ତ ସାହୁ, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନି, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ, ଅନିତା ସେଠ, ଆରତି ପ୍ରୀତି କୁମାର, ସବିତା ଶତପଥୀ, କିଶୋର ଦଣ୍ଡସେନା, ଚନ୍ଦ୍ରମଣି ତ୍ରିପାଠୀ, ସଂଜୟ ମିଶ୍ର, କୈଳାସ ମିଶ୍ର, ଟୁନା ସାହୁ, ଅନ୍ତ ମଚଖଣ୍ଡ, ରାହୁଲ ସାହୁ, ପବିତ୍ର ବେହେରା, ପବିତ୍ର ନେପାକ, ବୁଲୁ ବେହେରା, ନାସିର ଖାନ, ଅମୁଲ୍ୟ ସେଠ, କୁଳମଣି ସାହୁ, ବିଧୁ କୁମାର, ପ୍ରେମ ପ୍ରକାଶ ମିଶ୍ର ଓ ଅଙ୍କିତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।