ନିତିଦିନ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଫ୍ରିଦି ନିଜେ ଟ୍ୱିଟ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।
ପାକିସ୍ତାନର ଏହି ଧୁଆଁଧାର ଅଲରାଉଣ୍ଡର ଟ୍ୱିଟ କରି କହିଛନ୍ତି କି, ମୁଁ ଗୁରୁବାରଠାରୁ ଅସୁସ୍ଥ ଅନୁଭବ କରୁଥିଲି, ଶରୀରରେ ଖୁବ୍ ଜୋରରେ ଯନ୍ତ୍ରଣା ହେଉଥିଲା। ସେଥିପାଇଁ ମୁଁ କରୋନା ଟେଷ୍ଟ କରାଇଲି ଆଉ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ ଆସିଲା।’ ଏଥିସହିତ ଖୁବଶୀଘ୍ର ସୁସ୍ଥ ହେବା ପାଇଁ ତାଙ୍କୁ ସମସ୍ତଙ୍କ ପ୍ରାର୍ଥନାର ଆବଶ୍ୟକତା ଅଛି ବୋଲି ଆଫିଦ୍ରି ଲେଖିଛନ୍ତି।
