ନୂଆଦିଲ୍ଲୀ: ଦେଶବ୍ୟାପୀ ଜାରି ରହିଥିବା କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଶାହ କହିଛନ୍ତି ଯେ, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବା ନିହାତି ଜରୁରୀ। ୟୁରୋପ ଓ ଆମେରିକାରେ ଦ୍ୱିତୀୟଥର ପାଇଁ ମାମଲା ବଢ଼ିଥିବାରୁ ଆମକୁ ସାବଧାନ ରହିବାକୁ ପଡ଼ିବ।
ଅମିତ ଶାହଙ୍କ ବୟାନ ପରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଓ ରାଜସ୍ଥାନକୁ ବିଶେଷ ଭାବେ ସଚେତନ ରହିବାକୁ ପଡ଼ିବ। ସଚିବଙ୍କ ପରେ ଛତିଶଗଡ଼, ଦିଲ୍ଲୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ କଥା କହିଛନ୍ତି। ଦିଲ୍ଲୀକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସଫଦରଜଙ୍ଗ ହସ୍ପିଟାଲରେ ହଜାରେ ଶଯ୍ୟା ବ୍ୟବସ୍ଥା କରିବା ଲାଗି ମୋଦୀଙ୍କୁ କେଜ୍ରିୱାଲ କହିଛନ୍ତି।