କୃଷକ ସନାତନଙ୍କ ଘରେ ଭୋଜନ କଲେ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ମହାମାୟା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପଶ୍ଚିମ ମେଦିନୀପୁରର ବେଲୁଜୁରୀ ଗାଁରେ ପହଞ୍ଚିଥିଲେ। ଏଠାରେ ସେ କୃଷକ ସନାତନଙ୍କ ଘରେ ଦ୍ୱିପ୍ରହର ଭୋଜନ ଗ୍ରହଣ କରିଥିଲେ। ଏହି ସମୟରେ ବିଜେପି ନେତା ଦିଲ୍ଲୀପ ଘୋଷ ଓ କୈଳାଶ ବିଜୟବର୍ଗୀୟ ଉପସ୍ଥିତ ଥିଲେ। ଆଉ କିଛି ସମୟ ପରେ ମେଦିନୀପୁର କଲେଜ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ଏକ ରାଲିରେ ଶାହ ସାମିଲ ହେବେ।

ଏହାପୂର୍ବରୁ ଶାହ ଖୁଦୀରାମ ବୋସଙ୍କ ଜନ୍ମସ୍ଥାନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ପରିବାରବର୍ଗଙ୍କୁ ଭେଟି ସମ୍ମାନ ଜଣାଇଥିଲେ। ପରେ ମେଦିନୀପୁରର ସିଧ୍ୱେଶ୍ୱର କାଳୀ ମନ୍ଦିରର ପୂଜା କରିଥିଲେ।