ସାଗର ଧନଖଡ ହତ୍ୟା ମାମଲା: ନଭେମ୍ବର ୧୦ରୁ ଟ୍ରାୟଲ

ନୂଆଦିଲ୍ଲୀ: ରେସଲର ସାଗର ଧନଖଡ ହତ୍ୟା ମାମଲାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମେତ ମୋଟ ୧୮ଜଣଙ୍କ ବିରୋଧରେ ନଭେମ୍ବର ୧୦ରୁ ଟ୍ରାୟଲ ଆରମ୍ଭ ହେବ । ସୁରକ୍ଷା ଦୃଷ୍ଟିରୁ ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ବଦଳରେ ନିଜେ ଜଜ୍ ଶୁଣାଣି ପାଇଁ ହାଜତକୁ ଯାଇଥିଲେ । ଜଜଙ୍କ ସମ୍ମୁଖରେ କୌଣସି ବି ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିନଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀର ରୋହିଣୀ କୋର୍ଟ ସାଗର ଧନଖଡ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ସମେତ ୧୮ଜଣଙ୍କ ବିରୋଧରେ ହତ୍ୟା ପ୍ରୟାସ ଅନ୍ୟ ଆରୋପ ସ୍ଥିର କରି ଦେଇଛନ୍ତି । ଆଜିକୁ ଦେଢ଼ ବର୍ଷ ପୂର୍ବରୁ ୨୩ ବର୍ଷୀୟ ସାଗରଙ୍କୁ ସୁଶୀଲ ଓ ଅନ୍ୟ ରେସଲର ମିଶିକି କଥିତ ରୂପେ ଅପହରଣ କରିଥିଲେ । ପରେ ବିଳମ୍ବିତ ରାତିରେ ଛତ୍ରଶାଲ ଷ୍ଟାଡିୟମରେ ସାଗରଙ୍କୁ ନିର୍ଧୁମ ପିଟିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ।