ଭାରତର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀବାଇ ଫୁଲେ, ଯିଏକି ଖୋଲିଥିଲେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଜାନୁଆରୀ ୩ ତାରିଖରେ ଦେଶର ପ୍ରଥମ ମହିଳା ଶିକ୍ଷକ, ସମାଜ ସେବିକା ସାବିତ୍ରୀବାଇ ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ। ସେ ୧୮୩୧ ମସିହା ଜାନୁଆରୀ ୩ ତାରିଖରେ ଜନ୍ମ ହୋଇଥିଲେ। ମହାରାଷ୍ଟ୍ରର ସତାରା ଜିଲ୍ଲାସ୍ଥିତ ନାୟଗାଁ ନାମକ ଏକ ଛୋଟ ଗାଁରେ ସାବିତ୍ରୀବାଇଙ୍କ ଜନ୍ମ ହୋଇଥିଲା। ସେ ଭାରତର ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଥମ ପ୍ରିନ୍ସପାଲ ହୋଇଥିଲେ।

ସେ ଯେ‌ତେବେଳେ ୯ ବର୍ଷ ବୟସର ଥିଲେ, ତାଙ୍କର ବିବାହ ୧୩ ବର୍ଷୀୟ ଜୋତିରାଓ ଫୁଲେଙ୍କ ସହିତ କରି ଦିଆଯାଇଥିଲା। ସେ ଯେଉଁ ସମୟରେ ବିବାହ କରିଥିଲେ, ସେହି ସମୟରେ ସେ ଅପାଠୁଆ ଥିଲେ। ତାଙ୍କର ସ୍ବାମୀ ୩ୟ ଶ୍ରେଣୀରେ ପଢୁଥିଲେ। ସାବିତ୍ରୀବାଇ ଯେତେ‌ବେଳେ ପଢ଼ିବାକୁ ସ୍ବପ୍ନ ଦେଖିଥିଲେ, ସେହି ସମୟରେ ଦଳିତଭ୍କ ସହିତ ଭେଦଭାବ ରଖାଯାଉଥିଲା।

ଏକଦା ସାବିତ୍ରୀ ଏକ ଇଂରାଜୀ ପୁସ୍ତକର ପୃଷ୍ଠା ଓଲଟାଉଥିଲେ, ସେହି ସମୟରେ ତାଙ୍କର ପିତା ଏହା ଦେଖିଥିଲେ। ସେ ଦୌଡ଼ି ଆସିଲେ ଏବଂ ତାଙ୍କ ଠାରୁ ପୁସ୍ତକ ନେଇଯାଇ ଫିଙ୍ଗି ଦେଇଥିଲେ। ଏହାର ପଛର କାରଣ ହେଲା, ଶିକ୍ଷାର ହକ କେବଳ ଉଚ୍ଚ ଜାତିର ପୁରୁଷଙ୍କ ପାଇଁ ଥିଲା। ଦଳିତ ଓ ମହିଳାଙ୍କୁ ଶିକ୍ଷା ଗ୍ରହଣ କରିବା ପାପ। ଏହି ଘଟଣା ପରେ ସାବିତ୍ରୀ ପୁସ୍ତକକୁ ପୁଣି ଥରେ ନେଇକି ଆସିଥିଲେ। ସେହିଦିନ ସେ ପ୍ରତିଜ୍ଞା କଲେ ଯେ, ଯେତେ ସଂକଟ ବି ଆସୁ ସେ ପଢ଼ିବେ।

ସାବିତ୍ରୀ ଯେତେବେଳେ ସ୍କୁଲ ଯାଉଥିଲେ, ତାଙ୍କ ଉପରକୁ ଲୋକେ ପଥର ଫିଙ୍ଗୁ ଥିଲେ। ମଇଳା ଆବର୍ଜନ ମଧ୍ୟ ଫିଙ୍ଗୁଥିଲେ। ସେ ନିଜର ଉଦ୍ୟମରେ ୧୮ଟି ସ୍କୁଲ ବାଳିକା୍କ ପାଇଁ ଖୋଲିଥିଲେ। ୧୮୪୮ ମସିହାରେ ପୁଣେରେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ ଖୋଲିଥିଲେ। ସାବିତ୍ରୀଙ୍କ ୧୯୮୭ ମସିହା ମାର୍ଚ୍ଚ ୧୦ରେ ଦେହାନ୍ତ ହୋଇଥିଲା।