କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ପଞ୍ଚାୟତର ବେଲାମାଲରେ ଅଲ୍ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ ଦ୍ୱାରା ଜ୍ଞାନର ଦେବୀ ମାତା ସାବିତ୍ରୀ ବାଈ ଫୁଲେଙ୍କ ୧୯୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବେଲାମାଲ ସଭାପତି ଅଗସ୍ତି ହରପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସେଡ୍ୟୁଲକାଷ୍ଟ ଫେଡରେସନ ଜିଲ୍ଲା ସଭାନେତ୍ରୀ ବିଜୟା ସ୍ୱର୍ଣ୍ଣ ଯୋଗଦେଇ ସାବିତ୍ରୀ ବାଇ ଫୁଲେଙ୍କ ସଂଘର୍ଷମୟ ଜୀବନ ଉପରେ ସ୍ମୃତିଚାରଣ କରିଥିଲେ । ସାମାଜିକ ଉପମୁଖ୍ୟ ଗୀରିଜା ବେହେରା, ଜିଲ୍ଲା ଯୁବ ସଂଗଠନର ମୁଖ୍ୟ ତେଜରାଜ୍ ବେହେରା, ସାବିତ୍ରୀ ବାଈ ଫୁଲେଙ୍କ ସଂଘର୍ଷମୟ ଜିବନୀ ଉପରେ ଆଲୋକପାତ ସହ ସମାଜର ଏକତା ଓ ମହିଳା ଶିକ୍ଷା ଉପରେ କହିଥିଲେ । ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ ସାମାଜିକ ସଂସ୍କାର ଓ ଶିକ୍ଷାର ଅଧିକାର ପାଇଁଁ ମହିଳାଙ୍କୁ ଆଗକୁ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଠିର ଭକ୍ତ, ଡମ୍ବରୁଧର କରୁଆ, ନୂତନ ନାୟକ, ବାବୁଲି ବିଶି, ଅଭିରାମ ବିଶି, କୃତିବାସ ନିଆଲ, ମନୁଦୁର୍ଗ, ଜୟଚରଣ ଦୁର୍ଗା ଓ ଅଭିଳାଷ ବେହେରା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ମହିଳାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜୟପ୍ରକାଶ ଜାଲ ମଞ୍ଚ ପରିଚାଳନା କରିଥିବାବେଳେ ବୈକୁଣ୍ଠ ଶିଖା, ଜଗତରାମ ସୁନା ଓ ଇନ୍ଦ୍ର ଶିଖା ସଂଯୁକ୍ତ ଭାବରେ ଧନ୍ୟବାଦ ଦେଇଥିଲେ ।