ୟୁଏଇ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ଦୁବାଇ,ଏଜେନ୍ସି: ସଂଯୁକ୍ତ ରାଷ୍ଟ୍ର ଏମିରେଟ୍ସ (ୟୁଏଇ)ରେ ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଦୁଇ ଭାରତୀୟ ନାଗରିକ। ଏନେଇ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁଏଇର ବୈଦେଶୀକ ମନ୍ତ୍ରୀ ଏବି ଜାୟଦଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ଉଭୟ ଭାରତ ଓ ୟୁଏଇର ବୈଦଶିକ ମନ୍ତ୍ରଣାଳୟ ପରସ୍ପର ମଧ୍ୟରେ ସମ୍ପର୍କ ରହିଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଦୁବାଇରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଦୃଢ ନିନ୍ଦା କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଆଜି ଏହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସାଉଦି ଆରବରେ ବୈଦେଶିକମନ୍ତ୍ରୀ ଏବି ଜାୟଦଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ସାଉଦୀ ଆରବରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଭାରତୀୟ ନାଗରିକ ମୃତ୍ୟୁ ଘଟଣାକୁ ନେଇ ଆଲୋଚନା କରିଛନ୍ତି। ଦୁଇ ମୃତ ଭାରତୀୟ ନାଗରିକଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ୟୁଏଇ ବୈଦେଶିକ ମନ୍ତ୍ରୀ। ଏହା ସହ ମୃତକଙ୍କ ପରିବାର ପ୍ରତି ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସୂଚନାଥାଉକି ଗତକାଲି ଦୁବାଇ ଏୟାରପୋର୍ଟରେ ଆତଙ୍କବାଦୀଙ୍କ ଡ୍ରୋନ ଆକ୍ରମଣରେ ତିନି ଜଣ ପ୍ରାଣ ହରାଇଥିଲେ। ଏଥିରେ ଦୁଇ ଜଣ ଭାରତୀୟ ନାଗରିକ ସମେତ ଜଣେ ପାକିସ୍ତାନୀ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଆତଙ୍କବାଦୀଙ୍କ ଡ୍ରୋନ ଆକ୍ରମଣକୁ ପରେ ବର୍ତ୍ତମାନ ହାଇଆଲର୍ଟରେ ରହିଛି ଦୁବାଇ ବିମାନବନ୍ଦର।