ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଇତିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଋଷ ନିଜ ଶତ୍ରୁ ଦେଶ ତାଲିକାକୁ ମଞ୍ଜୁରୀ ଦେଇଥିବା ନେଇ ଚୀନ ମିଡିଆ ସିଜିଟିଏନ୍ ବଡ଼ ଦାବି କରିଛି। ଏହି ତାଲିକାରେ ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଓ ୟୁରୋପିୟନ ୟୁନିୟନ ସାମିଲ ରହିଥିବା ଜଣାପଡ଼ିଛି । ୟୁରୋପିୟନ ୟୁନିୟନରେ ୨୭ଟି ଦେଶ ରହିଛି ।