ମସ୍କୋ,ଏଜେନ୍ସି : ରୁଷିଆର ବୁଟକିନ୍ ଡାକ୍ତରଖାନାରେ ଚିକିତ୍ସାଧୀନ ସନ୍ଦିଗ୍ଧ କରୋନା ପୀଡ଼ିତା ଆଲ୍ଲା ଇଲିଆନା ଡାକ୍ତରଖାନାରୁ ପଳାୟନ କରିଥିଲେ। ତେବେ ତାଙ୍କୁ ଧରାଯିବା ପରେ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସୋମବାର ରୁଷ ସରକାରୀ ସଂସ୍ଥା ସୂତ୍ରରୁ ପ୍ରକାଶ। ନିକଟ ଅତୀତରେ ସମ୍ପୃକ୍ତ ମହିଳା ଚୀନରୁ ରୁଷିଆକୁ ଫେରିଥିଲେ। ଡାକ୍ତରଖାନାର ନିୟମ ଉଲ୍ଲଙ୍ଘନ କରି ପଳାୟନ କରିବା ସହ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ହାନି ଉଦ୍ୟମ ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପେଟ୍ରୋଗ୍ରାଡ ଜିଲ୍ଲା କୋର୍ଟ ମାମଲାର ବିଚାର କରି ତାଙ୍କୁ ଫେବୃଆରୀ ୧୯ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖିବାକୁ ଆଦେଶ ଦେଇଛନ୍ତି। ୧୪ ଦିନିଆ ଅଲଗା ଅବସ୍ଥାନ ଅବଧି ଶେଷ ହେବାପରେ ମହକିଲଙ୍କୁ ଛାଡ଼ି ଦିଆଯିବ ବୋଲି ଇଲିଆନାଙ୍କ ଓକିଲ କହିଛନ୍ତି।