ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସମଗ୍ର ବିଶ୍ୱ ସହ ଭାରତ ଉପରେ ମଧ୍ୟ ପ୍ରଭାବ ପକାଇଛି । ପ୍ରତି ମାସ କୋଟିଏ ଟଙ୍କାର ସିଲ୍କ ସାମଗ୍ରୀ ବନାରସରୁ ୟୁରୋପିୟନ ୟୁନିୟନ ଓ ଆଖପାଖ ଦେଶକୁ ରପ୍ତାନୀ କରାଯାଇଥାଏ । କିନ୍ତୁ ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଖୁବ୍ କମ୍ ପରିମାଣରେ ରପ୍ତାନୀ ହେଉଛି ।
ବନାରସର ଜଣେ ବୁଣାକାର କହିଛନ୍ତି ଯେ, ଗତ ୨ ବର୍ଷ ହେବ କରୋନା ଯୋଗୁ ବୁଣାକାରଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଥିଲା । ଆଉ ଋଷ ଓ ୟୁକ୍ରେନ ଯୁଦ୍ଧ ହେବା ଯୋଗୁ ଏହାର ପ୍ରଭାବ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି । ଯେଉଁ ୟୁରୋପିୟନ ୟୁନିୟନ ଓ ଆଖପାଖ ଦେଶକୁ କପଡ଼ା ରପ୍ତାନୀ ହେଉଥିଲା ଆଜି ସେଠାକୁ ମାତ୍ର ୫୦ ପ୍ରତିଶତ ରପ୍ତାନୀ ହେଉଛି । ଚାହିଦା କମୁଥିବାରୁ ବୁଣାକାରଙ୍କଠାରୁ ମଧ୍ୟ କମ୍ ସାମଗ୍ରୀ ନିଆଯାଉଛି ।