ଆଜିଠୁ ଋଷ୍ ବୈଦେଶିକ ମନ୍ତ୍ରୀଙ୍କ ୨ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜିଠୁ ଋଷର ବୈଦେଶିକ ମନ୍ତ୍ରୀ ସରଜି ଲାଭରଭ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏଥିରେ ଚଳିତ ବର୍ଷ ଶେଷରେ ଭାରତ ଓ ଋଷିଆର ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ହେବ। ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ସରଜି ଲାଭରଭ। ଏନେଇ ଜୟଶଙ୍କର ଆଜି ଏକ ଟୁଇଟ କରି ସୂଚନା ଦେଇଛନ୍ତି।

ଏନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରବିନ୍ଦ ବାଗଚି କହିଛନ୍ତି କି, ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆହୁରି ମଜଭୁତ କରିବା ପାଇଁ ଏହି ଗସ୍ତ ଏକ ଅନନ୍ୟ ସୁଯୋଗ। ଏଥିସହିତ ଅର୍ନ୍ତଜାତୀୟ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇପାରିବ।