ପୁଣେ,ଏଜେନ୍ସି: ରଦି ସାମଗ୍ରୀ ବିକ୍ରିରୁ ୫୦୦ କୋଟି ଟଙ୍କା ଆୟ କରିଛି ସେଣ୍ଟ୍ରାଲ ରେଲୱେ। ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଜିରୋ ସ୍କ୍ରାପ୍ ମିଶନ ଜରିଆରେ ଏହି ସ୍କ୍ରାପ ଗୁଡିକ ବିକ୍ରି କରାଯାଇଛି। ବିଗତ ବର୍ଷର ଆୟ ତୁଳନାରେ ୧୩୮.୯୧ କୋଟି ଟଙ୍କା ଆୟ ହୋଇଥିବା ବେଳେ ଅଭିବୃଦ୍ଧି ହାର ରହିଛି ୩୫.୪୮ ପ୍ରତିଶତ।
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟ ୫୩୦.୩୪ କୋଟି ଟଙ୍କା ରହିଥିବା ବେଳେ ବିଗତ ଆର୍ଥିକ ବର୍ଷରେ ଏହା ୩୯୧.୪୩ କୋଟି ଟଙ୍କା ରହିଥିଲା। ଭାରତୀୟ ରେଲୱେ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ୪୦୦ କୋଟିର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତେବେ ସମସ୍ତ ରେକର୍ଡ ଭାଙ୍ଗିବା ସହିତ ଆୟ ୫୦୦ କୋଟି ଅତିକ୍ରମ କରିଛି ବୋଲି ଜେନେରାଲ ମ୍ୟାନେଜର ଅନୀଲ କୁମାର ଲହୋଟି ପ୍ରକାଶ କରିଛନ୍ତି।