କୋଭିଡରେ ଆରପି ବାପାଙ୍କ ପରଲୋକ

ମୁମ୍ବାଇ,ଏଜେନ୍ସି: କରୋନାର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାର ଛୁଇଁଥିବା ବେଳେ ଆଉ ଜଣେ ପୂର୍ବତନ କ୍ରିକେଟର୍ଙ୍କ ପିତା ଏହାର ଶିକାର ହୋଇଛନ୍ତି। ପୂର୍ବତନ ଭାରତୀୟ ପେସ୍ ବୋଲର ରୁଦ୍ର ପ୍ରତାପ ସିଂହଙ୍କ ପିତା ଶିବ ପ୍ରସାଦ ସିଂହ ବୁଧବାର କରୋନାରେ ପ୍ରାଣ ହରାଇଛନ୍ତି। କ୍ରିକେଟରରୁ ଭାଷ୍ୟକାର ହୋଇଥିବା ଆରପି ଟ୍ୱିଟ୍ କରି ପିତାଙ୍କ ନିଧନ ସମ୍ପର୍କରେ ସୂଚନା ଦେଇଛନ୍ତି। ମୋ ପିତାଙ୍କୁ ଆପଣମାନେ ନିଜ ସ୍ମୃତିରେ ରଖନ୍ତୁ ବୋଲି ସେ ଟ୍ୱିଟ୍ କରିଥିଲେ। ରୁଦ୍ରଙ୍କ ପିତା କରୋନାରେ ଆକ୍ରାନ୍ତ ହୋଇ ଲକ୍ଷେ୍ନøସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।