ସଚିନ୍ ଓ ଗାଭାସ୍କରଙ୍କୁ ଟପିଲେ ରୁଟ୍‌

ନୂଆଦିଲ୍ଲୀ,ଏଜେନ୍ସି: ଦ୍ୱିତୀୟ ଆଶେସ୍ ଟେଷ୍ଟର ତୃତୀୟ ଦିନ ୬୨ ରନ୍‌ର ଆକର୍ଷଣୀୟ ଇନିଂସ୍ ଖେଳିଥିବା ଜୋ ରୁଟ୍ କେତେକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ କରିବାରେ ରୁଟ୍ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି କ୍ଷେତ୍ରରେ ସେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂ (୧୫୪୪), ସୁନୀଲ୍ ଗାଭାସ୍କର୍ (୧୫୫୫), ସଚିନ୍ ତେନ୍ଦୁଲକର ୧୫୬୨) ଏବଂ ମାଇକେଲ୍ କ୍ଲାର୍କ (୧୫୯୫)ଙ୍କୁ ପଛରେ ପକାଇ ଦେଇଛନ୍ତି।

ସେହିପରି ଏହି ମ୍ୟାଚ୍‌ରେ ସେ ନିଜ ଟେଷ୍ଟ କ୍ୟାରିୟର୍‌ର ୫୨ତମ ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହା ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ୧୫ତମ। ଏହି ପ୍ରକାରେ ରୁଟ୍ ଅଧିନାୟକ ଭାବେ ଇଂଲଣ୍ଡ ପକ୍ଷରୁ ଟେଷ୍ଟରେ ସବୁଠୁ ଅଧିକ ୫୦+ ସ୍କୋର୍ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଆଲିଷ୍ଟର୍ କୁକ୍‌ଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।