ରୋହିତ ଶର୍ମାଙ୍କ ଐତିହାସିକ ଶତକ

ନାଗପୁର: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିୟା ବିରୋଧରେ ବୋର୍ଡର ଗାଭାସ୍କର ଟ୍ରଫି ୨୦୨୩ର ପ୍ରଥମ ଟେଷ୍ଟ ମ୍ୟାଚ ଶତକ ସହ ଆରମ୍ଭ କରିଛନ୍ତି । ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ କଙ୍ଗାରୁ ଟିମ୍ ମାତ୍ର ୧୭୭ ରନରେ ଅଲଆଉଟ ହୋଇଥିବାବେଳେ ରୋହିତଙ୍କ ଶତକୀୟ ପାଳି ସହ ଭାରତୀୟ ଟିମ୍ ମ୍ୟାଚକୁ ଦୃଢ଼ କରିଛି । ରୋହିତ ୧୭୧ ବଲରେ ଶତକ ପୂରଣ କରିଛନ୍ତି ଯେଉଁଥିରେ ୧୪ଟି ଚୌକା ଓ ୨ଟି ଛକ୍କା ସାମିଲ ରହିଛି ।

ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟରର ଏହା ୯ମ ଶତକ କିନ୍ତୁ ଆନ୍ତର୍ଜାତିକ କ୍ରିକେଟରେ ଏହା ତାଙ୍କର ୪୩ତମ ଶତକ । ଏହି ମାମଲାରେ ରୋହିତ ଏବେ ୪୨ଟି ଆନ୍ତର୍ଜାତିକ ଶତକ ଲଗାଇଥିବା ଷ୍ଟିଭ ସ୍ମିଥ, କ୍ରିସ ଗେଲ ଓ ସନତ ଜୟସୁର‌୍ୟାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ମଧ୍ୟରେ ପଛରେ ପକାଇ ଦେଇଛନ୍ତି ।