କପିଳାସ ଚିଡ଼ିଆଖାନାକୁ ପଠାଗଲା ଦନ୍ତା ହାତୀ 

ଢ଼େଙ୍କାନାଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ଡେରା ଠାରୁ ଗତ ୨୦ ତାରିଖରେ ଅନନ୍ତ ଫାର୍ମ ହାଉସ ନିକଟ ଜଙ୍ଗଲରେ ଏକ ହାତୀ ଉତ୍ପାତ ରଚିଥିବା ବେଳେ ତାକୁ ବନବିଭାଗ ପକ୍ଷରୁ କାବୁ କରାଯାଇଥିଲା। ସେଠାରେ ଗାଡ଼ି ସମସ୍ୟା ଯୋଗୁଁ ହାତୀକୁ ୨ଦିନ ପର୍ଯ୍ୟନ୍ତ ସେଠାରେ ବାନ୍ଧି ରଖିଥିଲା ବନବିଭାଗ। ତେବେ ଆଜି ତାକୁ ଡମ୍ଫର ଯୋଗେ କପିଳାସ ଚିଡ଼ିଆଖାନାକୁ ପଠାଯାଉଛି।
ସୂଚନା
 ଅନୁସାରେ ତାଳଚେର ଫରେଷ୍ଟ ରେଞ୍ଜରେ ଉକ୍ତ ଦନ୍ତାହାତୀ ଅନେକ ଘର ଭାଙ୍ଗିବା ସହ ସେଠାରେ ତାଣ୍ଡବ ରଚିଥିଲା। ବହୁ ଚେଷ୍ଟା ପରେ ହାତୀଟିକୁ ଶାନ୍ତ କରାଇ ବନବିଭାଗ କାବୁ କରିଥିଲା।