କାବୁଲ,ଏନ୍ଏନ୍ଏସ୍: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ବିମାନବନ୍ଦର ନିକଟରେ ରବିବାର ହୋଇଥିବା ରକେଟ ଆକ୍ରମଣ ଘଟଣାରେ ୪ ଜଣ ଶିଶୁଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ରକେଟ ଆକ୍ରମଣ ଆମେରିକା ଦ୍ୱାରା କରାଯାଇଛି।
କାବୁଲ ବିମାନବନ୍ଦରର ଯେଉଁ ଅଞ୍ଚଳରେ ରକେଟ ଆକ୍ରମଣ କରାଯାଇଛି, ସେଠାରେ ଚାରିପାଶ୍ୱର୍ରେ ଧୂଆଁମୟ ହୋଇଯାଇଥିଲା। ଦେଖୁ ଦେଖୁ ଚାରିଆଡେ ଭୟର ବିଭୀଷିକା ଖେଳି ଯାଇଥିଲା। ରକେଟ ଆକ୍ରମଣ ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଏହି ଆକ୍ରମଣ ପରେ ତାଲିବାନର ବୟାନ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ରକେଟ ଆକ୍ରମଣ ଆଇଏସଆଇଏସ କରିଛି। ନ୍ୟୁଜ ସଂସ୍ଥା ଦ୍ୱାରା ଦାବି କରାଯାଇଛି ଯେ, ଏୟାରପୋର୍ଟ ନିକଟରେ ହୋଇଥିବା ବିସ୍ଫୋରଣ ଆମେରିକାର ସେନା କରିଛି। ଆମେରିକାର ସେନା ଆଇଏସଆଇଏସ-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି କାମ କରିଛି।