ଅଜଣା ଗାଡି ଧକ୍କାରେ ୨ ମୃତ

କୋରାପୁଟ, ଏନ୍ଏନ୍ଏସ୍ : କୋରାପୁଟ-ସୁନାବେଡା ୨୬ ନଂ ଜାତୀୟ ରାଜପଥର ଦୁରୁଗୁଡା ନିକଟରେ ଆଜି ସଂନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ଦାମନଯୋଡି ଥାନା ମାଥାଲପୁଟ ହାଟପଦାର ସନ୍ତୋଷ କୁମାର ବାରିକ(୨୫) ଓ ବିଭୂତି ନାୟକ(୨୫)।

ସୂଚନା ଅନୁଯାୟୀ, ସନ୍ତୋଷ ଓ ବିଭୂତି ମୋଟର ସାଇକଲରେ କୋରାପୁଟରୁ ମାଥାଲପୁଟ୍ ଫେରୁଥିବାବେଳେ ଦୁରୁଗୁଡା ନିକଟରେ କୌଣସି ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। କୋରାପୁଟ ଟାଉନ୍ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନେଉଥିବାବେଳେ ସେମାନଙ୍କ ମୃତ୍ୟୁ ହୋଇଥିଲା। ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।