ପ୍ଲାଜମା ଦାନ କଲେ ଆରଏମସି କର୍ମଚାରୀ

କୋରାପୁଟ,ଏନ୍ଏନ୍ଏସ୍: କୋଭିଡ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ପ୍ଲାଜମା ଚିକିତ୍ସା ପଦ୍ଧତି ଅବଲମ୍ବନ କରିଥିବା କାରଣରୁ ଅନେକ ସୁସ୍ଥ ରୋଗୀ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି। ସେଥିମଧ୍ୟରୁ ନିୟନ୍ତ୍ରିତ ବଜାର କମିଟି କୋରାପୁଟର କର୍ମଚାରୀ ଉପେନ୍ଦ୍ର ମହାନ୍ତି ଆଜି ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିିଥିବା ଜଣାପଡ଼ିଛି। ଆରଏମସି ଅଧ୍ୟକ୍ଷ ତଥା କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ଓ ଭାରପ୍ରାପ୍ତ ସମ୍ପାଦକ ଜ୍ଞାନଜିତ ତ୍ରିପାଠୀ ପ୍ଲାଜମା ଦାନ କରିଥିବା ଉପେନ୍ଦ୍ର ମହାନ୍ତିଙ୍କୁ ଏଥିନିମନ୍ତେ ଧନ୍ୟବାଦ ଜଣାଇଛନ୍ତି।