ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ୧୧ ମାସ ହେବ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ୟୁରୋପୀୟ ଦେଶ ଓ ଆମେରିକା ୟୁକ୍ରେନକୁ ସହଯୋଗ କରୁଥିବାରୁ ଏପର୍ଯ୍ୟନ୍ତ ଦୃଢ଼ଭାବେ ଯୁଦ୍ଧ ଲଢ଼ୁଥିବା ନେଇ ଅଭିଯୋଗ ହୋଇଛି । ଇତିମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନକୁ ସ୍କ୍ୱାଡ୍ରନ ଟ୍ୟାଙ୍କ ପଠାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ମଳିଛି ।
ସୂଚନାଯୋଗ୍ୟ, ଶକ୍ତିଶାଳୀ ଦେଶ ଋଷ ବିରୋଧରେ ୟୁକ୍ରେନ ଦୃଢ଼ଭାବେ ଠିଆ ହୋଇଛି । କେବଳ ଏତିକି ନୁହେଁ ସମୟ ସମୟରେ ଋଷୀୟ ସେନାକୁ ମଧ୍ୟ କ୍ଷତି ପହଞ୍ଚାଉଛି । ପଶ୍ଚିମୀ ଦେଶ ଯଦି ଅସ୍ତ୍ରଶସ୍ତ୍ର ଯୋଗାଣ ବଢ଼ାଇଦେବ ଖାସ୍ କରି ଅଧିକ ଦୂର ଯାଉଥିବା ମିସାଇଲ ପ୍ରଣାଳୀ ତେବେ ୟୁକ୍ରେନ ଚଳିତ ବର୍ଷ ଯୁଦ୍ଧ ଜିତିପାରିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲନସ୍କୀଙ୍କ ପରାମର୍ଶଦାତା ମିଖାୟଲୋ ପୋଡୋଲିୟାକ କହିଛନ୍ତି ।