ଟି-ବ୍ରିଜରେ ଦଳାଚକଟା, ଜଣେ ମୃତ ଓ ୨୦ ଆହତ

କଟକ,ଏନ୍‌ଏନ୍‌ଏସ୍‌: ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜରେ ଦଳାଚକଟା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ୪୫ ବର୍ଷୀୟା ଅଞ୍ଜନା ସ୍ୱାଇଁ । ଏନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି । କିଛି ଲୋକ ଦଳାଚକଟାରୁ ନିଜକୁ ବଞ୍ଚାଇବା ପାଇଁ ପୋଲ ତଳକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ମହାନଦୀ ଉପରେ କିଛି ମାସ ତଳେ ଟି-ବ୍ରିଜ ଲୋକାର୍ପିତ ହୋଇଥିଲା । ମହାନଦୀ ସେତୁରୁ ସିଂହନାଥ ପୀଠକୁ ଟି-ବ୍ରିଜ ସଂଯୋଗ କରିଥାଏ । ମକରମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ ଦଳାଚକଟା ହୋଇଥିବା ନେଇ ସୂଚନା ମିଳିଛି ।