ନୂଆଦିଲ୍ଲୀ: କରୋନାର ନୂଆ ଭେରିଏଣ୍ଟ ଔମିକ୍ରୋନକୁ ନେଇ ସମଗ୍ର ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଦେଶରେ ଔମିକ୍ରୋନ ମାମଲା ସାମ୍ନାକୁ ଆସିବା ପରେ ଭାରତ ସରକାର ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି।
ଗାଇଡଲାଇନ ଅନୁସାରେ, ବିପଦସଙ୍କୁଳ ଦେଶ ରୂପେ ଚିହ୍ନଟ ହୋଇଥିବା ଦେଶରୁ ଭାରତ ଆସିଲେ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ପୂର୍ବ ପ୍ରସ୍ଥାନ କରୋନା ଟେଷ୍ଟ ସହ ଉଡ଼ାଜାହଜରେ ଆଗମନ ପୂର୍ବରୁ ଟେଷ୍ଟ କରାଇବାକୁ ପଡ଼ିବ। ଏହି ଟେଷ୍ଟରେ ପଜିଟିଭ ଚିହ୍ନଟ ହୋଇଥିବା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ କରାଯିବା ସହ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ। ଆଉ ନେଗେଟିଭ ଚିହ୍ନଟ ଯାତ୍ରୀ ଉଡ଼ାଜାହଜରେ ଯାତ୍ରା କରିପାରିବେ କିନ୍ତୁ ୭ଦିନ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନ ହେବାକୁ ପଡ଼ିବ। ଆଉ ଭାରତ ଆସିବାର ୮ମ ଦିନରେ ପୁଣିଥରେ ଟେଷ୍ଟ କରାଇବାକୁ ପଡ଼ିବ। ଏହାପରେ ୭ଦିନ ପର୍ଯ୍ୟନ୍ତ ନିଜସ୍ୱ ନିରୀକ୍ଷଣରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।