ଆଫଗାନିସ୍ତାନରେ ରାଏଟର୍ସର ଫଟୋ ସାମ୍ବାଦିକଙ୍କ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରାଏଟର୍ସର ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି। ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତିକୁ କଭର କରିବା ପାଇଁ ସିଦ୍ଦିକି ସେଠାରେ ଥିଲେ। ଆଫଗାନିସ୍ତାନ ନ୍ୟୁଜ ଚ୍ୟାନେଲ ଟୋଲୋ ନ୍ୟୁଜ୍ ଏସମ୍ପର୍କରେ ସୂଚନା ପ୍ରଦାନ କରିଛି।

ଆଫଗାନିସ୍ତାନରେ ଜାରି ରହିଥିବା ସ୍ଥିତିକୁ କ୍ୟାମେରାରେ କଏଦ କରି ଦାନିଶ ଲଗାତାର ଭାବେ ଟ୍ୱିଟରରେ ସେୟାର କରୁଥିଲେ। ଏଥିସହିତ ଜୁନ ୧୩ ତାରିଖରେ ସେ ଯେଉଁ ଗାଡ଼ିରେ ବସିଥିଲେ ତା’ ଉପରେ ଆକ୍ରମଣ ହୋଇଥିବା ନେଇ ଟ୍ୱିଟ୍ କରିଥିଲେ। ଟ୍ୱିଟ କରି ସେ ଲେଖିଥିଲେ କି, ‘ମୋ ଭାଗ୍ୟ ଭଲ ଥିଲା ମୁଁ ବଂଚିଗଲି।’

ସୂଚନାଯୋଗ୍ୟ, ଦାନିଶ ହେଉଛନ୍ତି ଦିଲ୍ଲୀର ମୂଳ ବାସିନ୍ଦା। ଦାନିଶ ଜଣେ ଟିଭି ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଫଟୋ ଜର୍ଣ୍ଣାଲିଷ୍ଟ ରୂପେ କାର୍ଯ୍ୟ କରୁଥିଲେ।