ଫୁଲବାଣୀ,ଏନ୍ଏନ୍ଏସ୍: ଚଳିତ ବର୍ଷର ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ କନ୍ଧମାଳରେ ନୌରାଶ୍ୟଜନକ ହୋଇଛି। ଓଡିଶାରେ ପରୀକ୍ଷା ଫଳ ୭୦.୨୧ ପ୍ରତିଶତ ହୋଇଥିବା ବେଳେ କନ୍ଧମାଳରେ ମାତ୍ର ୪୦.୭୨ ପ୍ରତିଶତ ହୋଇଛି। ଯାହାକି ଯୁକ୍ତ ୨ କାଉନସିଲର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ୮ଟି ଜିଲ୍ଲା ମଧ୍ୟରେ ସବୁଠାରୁ କମ୍। ଆଞ୍ଚଳିକ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରୀ ଡ. କୁଳମଣି ଓଝାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଜିଲ୍ଲାରୁ ୬୬୦ ଜଣ ଫର୍ମପୂରଣ କରିଥିବାବେଳେ ୬୫୮ ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ମାତ୍ର ୨୬୮ ଜଣ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୫୩ ଜଣ ପାସ କରିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୫୯ ଓ ତୃତୀୟ ଶ୍ରେଣୀରେ ୧୨୬ ଜଣ ପାସ କରିଛନ୍ତି। ୩ ଜଣଙ୍କର ମାଲ ପ୍ରକ୍ଟିକ୍ସ ହୋଇଥିବା ସେ ସୂଚନା ଦେଇଛନ୍ତି।