ରେମଡେସିଭିର ଇଞ୍ଜେକ୍ସନ ପରିବହନକାରୀ ବିମାନ ଗ୍ୱାଲିୟରରେ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଗ୍ୱାଲିୟର,ଏଜେନ୍ସି: ରେମଡେସିଭିର ଇଞ୍ଜେକ୍ସନ ନେଇ ଯାଉଥିବା ମଧ୍ୟପ୍ରଦେଶ ସରକାରଙ୍କ ଏକ ବିମାନ ଗୁରୁବାର ରାତିରେ ଗ୍ୱାଲିୟର ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ଏହି ବିମାନର ପାଇଲଟ ଏବଂ ସହଯୋଗୀ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ଉଭୟ ବିମାନ ଚାଳକଙ୍କ ସହିତ ଇଞ୍ଜେକ୍ସନ ମଧ୍ୟ ସୁରକ୍ଷିତ ଥିବା ଜଣାଯାଇଛି।

ଗ୍ୱାଲିୟର ଜିଲ୍ଲା ପୁଲିସ ଅଧୀକ୍ଷକ ଅମିତ ସାନ୍ଧୀ କହିଛନ୍ତି ଯେ, ଦୁର୍ଘଟଣା ଗ୍ୱାଲିୟରର ମହାରାଜପୁର ବିମାନବନ୍ଦରରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ହୋଇଥିଲା। ସେ କହିଛନ୍ତି ଯେ, ବିମାନ ଅବତରଣ କରିବା ସମୟରେ ରନୱେରେ ଚକା ଖସିଯାଇଥିଲା।