ରିଲାଏନ୍ସ ଫାଉଣ୍ଡେସନ୍ର ଅଧ୍ୟକ୍ଷା ନୀତା ଅମ୍ବାନୀ ସମ୍ପ୍ରତି ନ୍ୟୁୟର୍କ ଗସ୍ତରେ ରହିଛନ୍ତି। ଏହି ଅବସରରେ ସେ ନ୍ୟୁୟର୍କ ସିଟିରେ ଅବସ୍ଥାପିତ ମିସେଲିନ୍-ତାରକା ରୋଷେୟା ସେଫ୍ ବିକାଶ ଖାନ୍ନାଙ୍କ ବଙ୍ଗଳା ରେଷ୍ଟୁରାଣ୍ଟକୁ ଯାଇଥିଲେ। ନୀତା ଅମ୍ବାନୀଙ୍କୁ ପାଖରେ ପାଇଁ ସେଫ୍ ଖାନ୍ନା ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏବଂ ସେ ଏହି ଖୁସିର ମୁହୂର୍ତ୍ତକୁ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି। ନୀତାଙ୍କ ସହ ସେ ତାଙ୍କ ପ୍ରାରମ୍ଭିକ ଦିନଗୁଡ଼ିକର ପୁରୁଣା ସ୍ମୃତି ମଧ୍ୟ ସେୟାର କରିଛନ୍ତି।
ସେଫ୍ ବିକାଶ ଖାନ୍ନା ୧୯୯୨ ମସିହାର ଏକ ମୁହୂର୍ତ୍ତକୁ ମନେ ପକାଇବା ସହ ନିଜ ଇନଷ୍ଟାଗ୍ରାମ୍ରେ ସେୟାର ମଧ୍ୟ କରିଛନ୍ତି। ସେଫ୍ ଲେଖିଛନ୍ତି, ଯେତେବେଳେ ସେ ଆଗ୍ରାର ମୋଗଲ୍ ସେରାଟନ୍ରେ ତାଲିମ୍ ନେଉଥିଲେ, ଯେଉଁଠାରେ ସେ ମଧ୍ୟାହ୍ନ ଭୋଜନ ସମୟରେ ଏକ ତନ୍ଦୁରରେ କାମ କରୁଥିଲେ। ଗୋଟିଏ ଦିନ ଯେତେବେଳେ ସେ ଟେବୁଲରେ ସତେଜ୍ ରୁଟି ପରଷୁଥିଲେ ସେ ଜଣେ ମାଆ ତାଙ୍କ ପୁଅକୁ ଗାଳି ଦେଉଥିବା ଶୁଣିଲେ, “ଯଦି ତୁମେ ପାଠପଢ଼ା ଏବଂ ଗ୍ରୀଷ୍ମକାଳୀନ ଗୃହକାର୍ଯ୍ୟକୁ ଗମ୍ଭୀରତାର ସହ ନ ନେବ, ତେବେ ତୁମେ ତାଙ୍କ (ବିକାଶ ଖାନ୍ନାଙ୍କ ଆଡକୁ ଦେଖାଇ) ପରି ହୋଇଯିବ।’ ସେଦିନର ସେହି ମନ୍ତବ୍ୟ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଯାହାକି ଆଜି ପର୍ଯ୍ୟନ୍ତ ତାଙ୍କ ମନରେ ଏକ ଗଭୀର ଛାପ ଛାଡିଛି। ସେଦିନ ସେ ସେଠାରୁ ହସ ମୁହଁରେ ଫେରିଥିଲେ ସତ, କିନ୍ତୁ ଏହା ତାଙ୍କୁ ଭିତରୁ ଦୋହଲାଇଦେଇଥିଲା। ଆଜି ବି ତାଙ୍କର ମନେପଡେ କିପରି ସେଠାରେ ଥିବା ସମସ୍ତ ଲୋକେ ତାଙ୍କ ଆଡକୁ ବୁଲି ଚାହିଁଥିଲେ। ସେ ଅମୃତସର ସ୍ଥିତ ନିଜ ଘରକୁ ଫେରି ଏହି ଘଟଣା ତାଙ୍କ ଜେଜେମା’ଙ୍କୁ କହିଥିଲେ ଯିଏକି ତାଙ୍କୁ ଏକ ପରାମର୍ଶ ଦେଇଥିଲେ ଯାହା ସର୍ବଦା ତାଙ୍କ ସହିତ ରହିଛି: “ତୁମର ହୃଦୟର କଥା ଶୁଣ ଏବଂ ଟଙ୍କା ଅପେକ୍ଷା ଖୁସି ବାଛ। ବ୍ୟବସାୟ ଅପେକ୍ଷା ଉଦ୍ଦେଶ୍ୟ ବାଛ।’ ଜେଜେମା’ଙ୍କ ସେଦିନର ସେହି ଶିକ୍ଷା ତାଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା ଏବଂ ଦୀର୍ଗ ଚାରି ଦଶନ୍ଧି (୪୦ ବର୍ଷ)ରୁ ଅଧିକ ସମୟ ଧରି ତାଙ୍କ ରୋଷେଇ କଳା ସହିତ ତାଙ୍କ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିଥିଲା।
ନୀତା ଅମ୍ବାନୀ ଯେତେବେଳେ #NMACCINNEWYORK ପାଇଁ ତାଙ୍କର ଦୃଷ୍ଟିକୋଣ ସହିତ ସେଫ୍ ଖାନ୍ନାଙ୍କ ବଙ୍ଗଳାକୁ ଯାଇଥିଲେ, ନୀତା ଶ୍ରୀ ଖାନ୍ନାଙ୍କୁ କହିଥିଲେ “ଏହି ସ୍ଥାନ ଆମକୁ – ଆମର ପରମ୍ପରାକୁ – ପ୍ରତିନିଧିତ୍ୱ କରେ ଏବଂ ଆମର ପୂର୍ବପୁରୁଷମାନଙ୍କୁ ସମ୍ମାନ କରେ’। ସେସମୟରେ ସେଫ୍ ଖାନ୍ନା ଦୁଇଟି ମୁହୂର୍ତ୍ତର ପୂର୍ଣ୍ଣ ଗୁରୁତ୍ୱକୁ ଅନୁଭବ କରିଥିଲେ। ଏହି ମୁହୂର୍ତ୍ତ ତାଙ୍କୁ ତାଙ୍କର ପ୍ରାରମ୍ଭିକ ସଂଘର୍ଷର ସ୍ମୃତିକୁ ତାଙ୍କ ସାଂସ୍କୃତିକ ଯାତ୍ରାର ପରିଚୟ ଏବଂ ଉତ୍ସବ ସହିତ ସଂଯୋଗ କରିବାରେ ସାହାଯ୍ୟ କରିଥିଲା। ସେଫ୍ ଶ୍ରୀ ଖାନ୍ନା ନିଜ ପୋଷ୍ଟରେ ନୀତା ଅମ୍ବାନୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଲେଖିଛନ୍ତି, “ସୌନ୍ଦର୍ଯ୍ୟ, ଗର୍ବ ଏବଂ ଅନୁଗ୍ରହ ସହିତ ବିଶ୍ୱରେ ଭାରତକୁ ପ୍ରତିନିଧିତ୍ୱ କରିବାରେ ସାହାଯ୍ୟ କରିବା ଦିଗରେ ଆପଣଙ୍କ ସ୍ନେହ ଏବଂ ସମର୍ଥନ ପାଇଁ ଶ୍ରୀମତୀ ଅମ୍ବାନୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ପ୍ରକାଶ, ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନ୍ଏମ୍ଏସିସି) ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ ନ୍ୟୁୟର୍କର ଲିଙ୍କନ୍ ସେଣ୍ଟରରେ ଏକ ରୋମାଞ୍ଚକର ତିନି ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ କଳା, ସଙ୍ଗୀତ, ଖାଦ୍ୟ ଏବଂ ପ୍ରଦର୍ଶନ ରୂପରେ ଭାରତର ସମୃଦ୍ଧ ଐତିହ୍ୟର ନିଦର୍ଶନ କରିବ।