୨୪ ଏପ୍ରିଲରୁ ପଞ୍ଜିକରଣ କରିବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଲୋକ

ନୂଆଦିଲ୍ଲୀ: ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ଟିକା ନେବାକୁ ଚାହୁଁଥିଲେ ଏପ୍ରିଲ ୨୪ରେ ପଞ୍ଜିକରଣ କରିବାକୁ ପଡ଼ିବ। ଏନେଇ କୋବିନ ଚିଫ୍ ଆରଏସ୍ ଶର୍ମା ସୂଚନା ଦେଇଛନ୍ତି। ଏହାର ଅର୍ଥ ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏପ୍ରିଲ ୨୪ରେ ପଞ୍ଜିକରଣ କରିବେ।

ସୂଚନାଯୋଗ୍ୟ, ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ମେ’ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକା ଲଗାଇବା ନେଇ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ। ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ନିଷ୍ପତ୍ତି ନେଇଥିଲେ।