ରିୟଲମି ସିଇଓ ମାଧବ ସେଠଙ୍କ ଇସ୍ତଫା

ନୂଆଦିଲ୍ଲୀ: ଚାଇନାର ବଡ଼ ସ୍ମାର୍ଟଫୋନ୍ କମ୍ପାନୀ ରିୟଲମିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କମ୍ପାନୀର ସିଇଓ ମାଧବ ସେଠ୍ ଦୀର୍ଘ ୫ ବର୍ଷ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ମାଧବ ସେଠ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଦେଶରେ ସ୍ମାର୍ଟଫୋନ୍ ମାର୍କେଟରେ ରିୟଲମିକୁ ବଡ଼ ବ୍ରାଣ୍ଡ ରୂପେ ସ୍ଥାପିତ କରିବାରେ ମାଧବ ସେଠଙ୍କର ବଡ଼ ଭୂମିକା ରହିଛି ।

ମାଧବ ସେଠ୍ ଲେଖିଛନ୍ତି ଯେ, ଗୁଡ଼ବାୟ କହିବା ବଡ଼ କଷ୍ଟଦାୟକ କିନ୍ତୁ ଦୁନିଆ ବହୁତ ଛୋଟ ପୁଣିଥରେ ଦେଖାହେବ । ରିୟଲମିରେ ୫ ବର୍ଷ ଦେବା ପରେ ଏବେ ନୂଆ ଯାତ୍ରା ଆରମ୍ଭ କରିବାର ସମୟ ଆସିଯାଇଛି । ରିୟଲମି ମୋ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ । ଏହି ବ୍ରାଣ୍ଡ ମୋତେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଓ ଅଭୁଲା ସ୍ମୃତି ପ୍ରଦାନ କରିଛି ।