ଡିସେମ୍ବର ୧ରୁ ‘ଇ-ରୁପି’

ନୂଆଦିଲ୍ଲୀ: ଆରବିଆଇ ଡିସେମ୍ବର ୧ରୁ ଡିଜିଟାଲ ଟଙ୍କା ‘ଇ-ରୁପି’ ଆରମ୍ଭ କରିବ । ଇ-ରୁପି ଡିଜିଟାଲ ଟୋକନର କାମ କରିବ । ଏନେଇ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି । ନୋଟ୍ ଓ କୋଏନ୍ ଯେମିତି କାମ କରିଥାଏ ଡିଜିଟାଲ ଟଙ୍କା ମଧ୍ୟ ସେମିତି କାମ କରିବ । ଏଥିସହିତି ଏହାକୁ ବ୍ୟାଙ୍କ ମାଧ୍ୟମରେ ବିତରଣ କରାଯିବ ।

ଆରବିଆଇ କହିବାନୁସାରେ, ଉପଭୋକ୍ତାଙ୍କ ମୋବାଇଲ ଫୋନ୍ କିମ୍ବା ଡିଭାଇସରେ ଷ୍ଟୋର ଥିବା ବ୍ୟାଙ୍କର ଡିଜିଟାଲ ୱାଲେଟରୁ ଡିଜିଟାଲ ରୁପି ଜରିଆରେ ଲେଣଦେଣ କରିପାରିବେ । ଏହି ଟ୍ରାଞ୍ଜେକ୍ସନ ଜଣେ ବ୍ୟକ୍ତିଙ୍କଠୁ ଅନ୍ୟଜଣେ ବ୍ୟକ୍ତିଙ୍କ ମଧ୍ୟରେ ହୋଇପାରିବ ।