ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ରାୟଗଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ‘ଖ’ ଜୋନ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ପତ୍ର ସଂଖ୍ୟା ୧୫୦ /୨୦୨୧ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାୟଗଡା ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ ସଦସ୍ୟ ପଦ ଖାଲି ରହିଛି। ସୂଚନାଯୋଗ୍ୟ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ୨୪ ନଭେମ୍ବର ୨୦୧୯ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

ସେହିଦିନ ଠାରୁ ଏହି ପଦ ଖାଲି ପଡିଥିଲା। ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନ ନିମନ୍ତେ ୨୨ ଜାନୁୟାରୀରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ସମ୍ବନ୍ଧୀୟ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ ମରାଯାଇଛି। ଜାନୁଆରୀ ୨୮,୨୯ ଏବଂ ୧ ଫେବୃଆରୀ ଦିିନ ପ୍ରାର୍ଥିପତ୍ର ଦାଖଲ କରାଯିବ। ଫେବୃଆରୀ ଦୁଇ ତାରିଖ ଦିନ ୧୧ଟାରୁ ପ୍ରାର୍ଥିପତ୍ର ଯାଞ୍ଚ ପକ୍ରିୟା ଆରମ୍ଭ ହେବ। ୩ ଫେବୃଆରୀ ୧୧ଟା ସମୟରେ ଚୂଡାନ୍ତ ପ୍ରାର୍ଥି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସମ୍ବନ୍ଧୀୟ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶ କରାଯିବ । ୫ ଫେବୃଆରୀ ଦିନ ୧୧ଟାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସହ ୩ଟି ଚୂଡାନ୍ତ ପ୍ରାର୍ଥିପତ୍ର ପ୍ରକାଶ କରାଯିବ। ୨୪ ଫେବୃଆରୀ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ୨୫ ତାରିଖ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ବ୍ଲକ ଅଫିସରେ ଘୋଷଣା କରାଯିବ ବୋଲ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।