କୃଷି ବିଲକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ରାୟଗଡ଼ା,ଏନ୍ଏନ୍ଏସ୍ : କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକ ଆଇନକୁ ବିରୋଧ କରି ଅଖିଳ ଭାରତ କୃଷକ ମହାସଂଘ ଓ କଂଗ୍ରେସ ତରଫରୁ ରାୟଗଡ଼ା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ସ୍ଥାନୀୟ ରେଳ ଷ୍ଟେସନ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଧାରଣା ଦିଆଯାଇଥିଲା। ଅଖିଳ ଭାରତ କୃଷକ ମହାସଙ୍ଘ ଆବାହକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଗଣ ପ୍ରତିବାଦ ଆୟୋଜନ ହୋଇଥିବା ବେଳେ ନୂତନ କୃଷି ଆଇନ ପ୍ରତ୍ୟାହାର ଓ ଦିଲ୍ଲୀରେ ମୃତ କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ରାୟଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ଜିଲ୍ଲାରେ କାର୍ଯ୍ୟରତ ୯ଟି ସଂଗଠନ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନିତୀକୁ ବିରୋଧ କରି ରାଜରାସ୍ତାକୁ ଓଲ୍ଲାଇଥିଲେ। ଶ୍ରମିକ ନେତା ଭବାନୀ ଶଙ୍କର ଜେନା ଏବଂ ତୃପତ ଗମାଙ୍ଗଙ୍କ ନେତୃତ୍ୱରେ ଶ୍ରମିକ ସଂଗଠନର ଶତାଧିକ କର୍ମୀ ଆଜି ରେଳ ଷ୍ଟେସନରୁ ବାହାରି ସହର ପରିକ୍ରମା କରିଥିଲେ ।