ରାୟଗଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ଆଇନସେବା ପ୍ରଧିକରଣ ପକ୍ଷରୁ ଆଜି ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛିା କାର୍ଯ୍ୟକ୍ରମରେ ପ୍ରଧୀକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଚିତ୍ତରଞ୍ଜନ ଦାଶ, ସମ୍ପାଦକ ମନୋରଞ୍ଜନ ମିଶ୍ର, ଗୁଣୁପୁର ତାଲୁକ ପ୍ରଧିକରଣ ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ, ବିଷମକଟକ ତାଲୁକ ଅଧ୍ୟକ୍ଷ ଶୁଷମା ସ୍ୱାଇଁ, କାଶିପୁର ତାଲୁକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ସମେତ ଜିଲ୍ଲାର ଅନ୍ୟ ସମସ୍ତ ବିଚାରପତିମାନେ ଯୋଗ ଦେଇଥିଲେ। ସମ୍ବିଧାନରେ ବର୍ଣ୍ଣିତ ଥିବା ନାଗରିକଙ୍କ ପାଇଁ ମୌଳିକ କର୍ତ୍ତବ୍ୟ ଓ ଅଧିକାର ବିଷୟରେ ଯୋଗ ଦେଇଥିବା ଅତିଥି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।