ମହଙ୍ଗା ପଡିଲା ଦଳ ବିରୋଧ କାର୍ଯ୍ୟ

ରାୟଗଡା,ଏନ୍ଏନ୍ଏସ୍ : ଦଳ ବିରୋଧ କାର୍ଯ୍ୟ ମହଙ୍ଗା ପଡିଲା ୨ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ । ଦଳ ବିରୋଧ କାର୍ଯ୍ୟ ଯୋଗୁ ୨ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦଳରୁ ବହିଷ୍କାର କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଫେବୃୟାରୀ ୧୯ ତାରିଖ ଦିନ ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିରତି ରହିବା ପାଇଁ ୧୮ ତାରିଖ ଦିନ ରାଜ୍ୟ ସଭାପତି ହୁଇପ ଜାରୀ କରିଥିଲେ । ତେବେ ଦଳୀୟ ହୁଇପକୁ ଅବମାନନା କରି ରାମନାଗୁଡା ‘ଏ’ ଜୋନର ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳୀ ମୁୁୁଟୁକା ଏବଂ ପଦ୍ମପୁର ‘ଏ’ ଜୋନର ଜିଲ୍ଲା ପରିଷଦ ସଭ୍ୟ ନେତ୍ରାନନ୍ଦ କୈବର୍ତ ଜିଲ୍ଲା ପରିଷଦ ଭୋଟରେ ଭାଗ ନେଇଥିଲେ। ୨୨ ଫେବୃୟାରୀ ଦିନ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିଲା । ତେବେ ଦୁହେଁ କୌଣସି ଉତ୍ତର ରଖି ନଥିଲେ। ଶେଷରେ ଦଳର ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ଉଭୟଙ୍କୁ ଦଳରୁ ବିହାଷ୍କାର କରାଯାଇଥିବା ନେଇ ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ପ୍ରେସ ଇସ୍ତାହାର ମାଧ୍ୟମ୍ୟରେ ଜଣାଇଛନ୍ତି ।