ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ୯ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀଙ୍କୁ ନିଜ ନିଜ ଅଂଚଳକୁ ପଠାଯାଇଛି ଜିଲ୍ଲା By Nitidin On May 26, 2020 Share ରାୟଗଡା,ଏନ୍ଏନ୍ଏସ୍ : କରୋନା ମହାମାରୀ ପରବର୍ତି ସମୟରେ ଲକ ଡାଉନ ଯୋଗୁଁ ବେଶୀ ପ୍ରଭାବିତ ହୋଇଥିଲେ ପ୍ରବାସୀ ଶ୍ରମିକମାନେ। କଳକାରଖାନା ଗୁଡିକ ବନ୍ଦ ହୋଇଯିବା ଯୋଗୁଁ ଶ୍ରମିକମାନେ ନିଜ ନିଜ ରାଜ୍ୟ, ତଥା ଜିଲ୍ଲା ମୁହାଁଇଥିଲେ। କିଏ ଚାଲି ଚାଲି ତ କିଏ ସାଇକେଲ ଯୋଗେ ତ କି ମଟର ସାଇକଲେ ଯୋଗେ ବାହାରିଥିଲେ। ଏ ନେଇ ଓଡ଼ିଶା ସରକାର ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ ଯେ ଓଡ଼ିଶାରେ କେହି ଶ୍ରମିକ ଚାଲି ଚାଲି ଯିବେନି। ଏପରି ନିର୍ଦ୍ଦେଶନାମା ଆସିବା ପରେ ଜିଲ୍ଲାର ଜିଲ୍ଲାପାଳ ଓ ଏସ.ପିମାନେ ସଜାଗ ରହିଲେ ଯେପରି କୌଣସି ଶ୍ରମିକ ନିଜ ଜିଲ୍ଲା ଦେଇ ଚାଲି ଚାଲି ଯିବେନି। ଯେହେତୁ ରାୟଗଡା ଜିଲ୍ଲା ଓଡିଶା – ଆନ୍ଧ୍ର ସୀମାନ୍ତ ହୋଇଥିବାରୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ ଓଡିଶା – ଆନ୍ଧ୍ର ସୀମାନ୍ତ କେରେଡା ଗ୍ରାମକୁ ଅଧିକ ଗୁୁରୁତ୍ୱ ଦେଇଥିଲେ। ସୀମାନ୍ତ ଦେଇ ଫେରୁଥିବା ପ୍ରବାସୀମାନଙ୍କୁ କେରେଡା ଠାରେ ପଞ୍ଜିକରଣ କରାଯାଇ ସେମାନଙ୍କୁ କେନ୍ଦ୍ରୀୟ ଅଭ୍ୟର୍ଥନା କେନ୍ଦ୍ର ତଥା କେରେଡା, ବିଲେସୁ, ରାୟଗଡା ସହରସ୍ଥିତ ଠକ୍କରବାପା ଆଶ୍ରମ, ଅଶୋକ କଲ୍ୟାଣ ମଣ୍ଡପ, ଜିସିଡି ହାଇସ୍କୁଲ ଏବଂ କୋଲନରା ସ୍ଥିତ ମିଟସ କଲେଜର ରଖାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାର ଯଥା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ବଲାଙ୍ଗୀର, ନୁଆପଡା, ମୟୁପଭଂଜ, ସୁନ୍ଦରଗଡ, କନ୍ଧମାଳ, ସନପୁର, ବରଗଡ, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲାର ୬ ହଜାର ୪ ଶହ ୯୫ ଜଣ ଶ୍ରମିକଙ୍କୁ ୧୨୮ଟି ବସ ଯୋଗ ନିଜ ନିଜ ଜିଲ୍ଲାକୁ ପଠାଯାଇଛି। ଏଥି ମଧ୍ୟରୁ ୧୦୪ଟି ବସ ଯୋଗେ ସର୍ବାଧିକ ୫ ହଜାର ୪ଶହ ୫୧ ଜଣ ଶ୍ରମିକଙ୍କୁ ପ୍ରଶାସନ ତରଫରୁ ନିଜ ନିଜ ଅଂଚଳକୁ ପଠାଯାଇଛି। ସେହିପରି ଶ୍ରମିକ ଟ୍ରେନ ଯୋଗେ ମଧ୍ୟ ବାହାର ରଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ଅଣାଯାଇଥିଲା। ଯେ ହେତୁ ସିଧାସଳଖ ଭାବେ ରାୟଗଡା ଜିଲ୍ଲାକୁ ଟ୍ରେନ ଗୁଡିକର ସଂଯୋଗୀକରଣ ଥିବାରୁ ରାୟଗଡା ଷ୍ଟେସନକୁ ପ୍ରବାସୀ ଶ୍ରମିକ ମାନଙ୍କ ନିମନ୍ତେ ଏକ ହବ କରାଯାଇଥିଲା। ବର୍ତମାନ ସୁଦ୍ଧା ୧୧୦୦ ପ୍ରବାସୀ ଶ୍ରମିକ ରାୟଗଡା ରେଳ ଷ୍ଟେସନରେ ଓହ୍ଲାଇ ନିଜ ନିଜ ଅଂଚଳକୁ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଗଜପତି ଜିଲ୍ଲାର ୨୪୩ ଜଣ, କନ୍ଧମାଳର ୧୦୬, କୋରାପୁଟର ୧୦୦, ମାଲକାନଗିରିର ୮୨, ନବରଙ୍ଗପୁରର ୩୫୫ ଓ ରାୟଗଡାର ୨୧୪ ଜଣ ଥିଲେ। ଫେରନ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାର ପ୍ରଶାସନଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ରାୟଗଡା ଜିଲ୍ଲା ପ୍ରଶାସନକୁ ଏକ ବଡ ସଫଳତା ମିଳିଥିଲା ୨ ଜଣ ଡଙ୍ଗରିଆ ଯୁବତୀଙ୍କୁ ସଫଳତାର ସହ ଆନ୍ଧ୍ରପ୍ରଦେଶର ବିଜୟନଗରମ ଠାରୁ ଉଦ୍ଧାର କରିବା। ତେବେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗର ନିରନ୍ତର ଉଦ୍ୟମ ଯୋଗୁଁ ବର୍ତମାନ ସୁଦ୍ଧା କରୋନା ମହାମାରୀ ରାୟଗଡା ଜିଲ୍ଲାରେ ପ୍ରବେଶ କରିପାରିନାହିଁ। Share