Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କରୋନା ଆଶ୍ରୟସ୍ଥଳୀରେ ବୃଦ୍ଧାଙ୍କ ମୃତ୍ୟୁ , ରିପୋର୍ଟକୁ ଅପେକ୍ଷା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କରୋନା ଆଶ୍ରୟସ୍ଥଳୀରେ ବୃଦ୍ଧାଙ୍କ ମୃତ୍ୟୁ , ରିପୋର୍ଟକୁ ଅପେକ୍ଷା

ରାୟଗଡା,ଏନ୍ଏନ୍ଏସ୍ : କରୋନା ଆଶ୍ରୟସ୍ଥଳୀରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଲକ୍ଷ୍ମଣ ବାବର (୬୮) ବର୍ଷ । ସେ ମହାରାଷ୍ଟ୍ର ରାଜ୍ୟ କୋଲାପୁର ଜିଲ୍ଲା ଅନ୍ତର୍ଗତ ନାଭଙ୍ଗି ଗ୍ରାମବାସୀନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୨୫ ତାରିଖ ଦିନ ମୃତକ ଲକ୍ଷ୍ମଣ ଓ ତାଙ୍କ ୧୪ଜଣ ସହଯୋଗୀ ପୁରୀରୁ ବ୍ରହ୍ମପୁର , ଅଡ଼ବା ଦେଇ ରାୟଗଡା ଠାରେ ଆସି ପହଂଚି ଥିଲେ। ଏ ନେଇ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ତାଙ୍କୁ ୨୯ ତାରିଖ ଦିନ କଲୋନରା ବ୍ଲକ ଭୁଜବଳ ଗାଁ’ର ସ୍କୁଲରେ ଖୋଲାଯାଇଥିବା ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ୧୪ ଦିନ ସଂଗରୋଧ ଅବଧି ଶେଷ ହେଲା ପରେ ସେମାନଙ୍କୁ କୋଲନରା ବ୍ଲକ ଅନ୍ତର୍ଗତ ଭୁଜବଳ ସରକାରୀ ୟୁପି ସ୍କୁଲଠାରେ ପ୍ରତିଷ୍ଠିତ ଅସ୍ଥାୟୀ କରୋନା ଆଶ୍ରୟସ୍ଥଳୀରେ ରଖାଯାଇଥିଲା।

ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଲନରା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣ କରିଥିଲେ। ପରେ ଜିଲ୍ଲା ଚିକିତ୍ସାଳୟରେ ମୃତକଙ୍କ ଶବକୁ କୋଭିଡର ନିୟମ ମୁତାବକ ବ୍ୟବଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତରଣ କରାଯାଇଥିଲା। ତେବେ ପୂର୍ବରୁ ମୃତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କରୋନା ଜନିତ କିଛି ଲକ୍ଷଣ ପ୍ରକାଶ ପାଇନଥିବା ଆଜି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ରାୟଗଡ଼ା ସିଡ଼ିଏମଓ ଡ଼ା ଆର୍ତବନ୍ଧୁ ନାୟକ । ବାହାର ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ପ୍ରଥମେ ସଙ୍ଗରୋଧ କେନ୍ଦ୍ର ଏବଂ ପରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ତେବେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜିଲା ଚିକିତ୍ସା ଅଧିକାରୀ ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।