ରାୟଗଡ଼ା ବିଜେପି ସଭାପତିଙ୍କୁ କରୋନା

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। କୋଭିଡ-୧୯ ନିୟମ ମାନି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଓ ଜିଲ୍ଲାବାସୀଙ୍କର ସମାସ୍ୟା ସମାଧାନ କରିଥିଲେ ମଧ୍ୟ ଅଜାଣତରେ କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଗୃହ ସଙ୍ଗରୋଧରେ ରହିଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଛନ୍ତି। ଏଥିସହିତ ରାୟଗଡ଼ାବାସୀଙ୍କୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ୧୯ ନିୟମକୁ ପାଳନ କରିବା ସହ ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଯଦି ଘରୁ ବାହାରନ୍ତି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।