ରାୟଗଡ଼ ବିଜୁ ଯୁବ ଜନତା ଦଳର ଜିଲ୍ଲା କମିଟି ଘୋଷିତ

ରାୟଗଡ଼, ଏନ୍ଏନ୍ଏସ୍: ଆଜି ରାୟଗଡର ବିଜୁ ଯୁବ ଜନତା ଦଳର ଜିଲ୍ଲା କମିଟିର ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲା କମିଟିରେ ଗୁଣପୁରର ଅମିତ ମହାରଣା, କୈଳାସ ସାରକା, ବିଷମକଟକର ଏ.ଜଗନ୍ନାଥ ପ୍ରସାଦ, ଜଗନ୍ନାଥ ଦୋରା ଓ ରାୟଗଡର ଅମିତ ନାୟକ ଉପସଭାପତି ଭାବେ ମନୋନୀତ ହୋଇଥିବାବେଳେ ଗୁଣପୁରର କେଦାରନାଥ ସାହୁ, କମଳ ମୁଟିକା, ବିଷମକଟକର ଶିବ ପ୍ରସାଦ ଡେସିଟି, ରାୟଗଡର ତପନ ପେଦେଂଟି ଓ ହରପ୍ରସାଦ ନାୟକ ପ୍ରମୁଖ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବା ଜିଲ୍ଲା ସଭାପତି ଦେବାଶିଷ ଖାଡ଼ଙ୍ଗା ସୂଚନା ଦେଇଛନ୍ତି। ସେହିପରି ସମ୍ପାଦକ ପଦବୀରେ ଗୁଣପୁର ନିର୍ବାଚନମଣ୍ଡଳୀରୁ ୭ଜଣ, ବିଷମକଟକ ନିର୍ବାଚନୀମଣ୍ଡଳୀରୁ ୬ଜଣ ଓ ରାୟଗଡ଼ ନିର୍ବାଚନମଣ୍ଡଳୀରୁ ୭ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଆଇଟି ସଂଯୋଜକ ଭାବେ ରାୟଗଡ଼ର ଅଭିଜିତ ବକ୍ସିପଟ୍ଟନାୟକକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଏଥିସହ ଜିଲ୍ଲାର ରାମନାଗୁଡା ବ୍ଲକ ସଭାପତି ଭାବେ ରମେଶ ଶବର, ଚନ୍ଦ୍ରପୁର-ଭକ୍ତଚରଣ ପ୍ରାସ୍କା, ଗୁଡାରୀ-ଜକ୍ଷ ପାଲକା, ଗୁଣପୁର-କାହ୍ନୁଚରଣ ପାତ୍ର, ପଦ୍ମପୁର-ପ୍ରଶାନ୍ତ କୁମାର ଦଳେଇ, ବିଷମକଟକ-ଗଙ୍ଗାରାଜୁ ହୁଇକା, ମୁନିଗୁଡା-ସୀମାଞ୍ଚଳ ଦାସ, କଲ୍ୟାଣସିଂହପୁର-ନାଗରାଜୁ ଗୁରୁବିଲି, କୋଲନରା-ଜି.ରବି କୁମାର, ରାୟଗଡ଼-ହରପ୍ରସାଦ ହେପ୍ରୁକା ଓ କାଶିପୁର ବ୍ଲକ୍ ପାଇଁ ଆଶିଷ ପାତ୍ରଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ଗୁଣପୁର ନଗର କମିଟି ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ବାଉରି, ଗୁଡାରୀ ଏନଏସିରେ ଶୁଶୀଲ କୁମାର ବାରିକ ଓ ରାୟଗଡ ନଗର କମିଟି ସଭାପତି ଭାବେ ଭେଲାଙ୍କି କିରଣ କୁମାରଙ୍କୁ ଚୟନ କରାଯାଇଛି ।