ପୁଣି ମାତିଲେ ମାଓବାଦୀ : ରାସ୍ତା କାମକୁ ବିରୋଧ କରି ୪ ଟି ଗାଡି ପୋଡିଲେ

ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ରାସ୍ତା କାମରେ ନିଯୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି । ସବୁବେଳେ ଦୁର୍ଗମ ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ପୋଡାଜଳା କରନ୍ତି ମାଓବାଦୀ । ଗତ ରାତି ରାସ୍ତା କାମରେ ନିୟୋଜିତ ଦୁଇଟି ଜେସିବି , ଗୋଟିଏ ରୋଲର ଓ ପିଚୁ ମିକ୍ସଚର ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳର ନାରିଙ୍ଗିତୋଳା ଠାରୁ ଗୁମ୍ମା ପର୍ୟ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ସବୁ ଦିନିଆ ରାସ୍ତା କାମରେ ନିୟାଜିତ ଥିଲା ଏହି ସବୁ ଗାଡି ।

ଏହି କାମକୁ ବିରୋଧ କରି ମାଓବାଦୀ ଗତ ରାତିରେ ଘଟାଇଛନ୍ତି ଏଭଳି ଲଙ୍କା କାଣ୍ଡ। ଗତକାଲି ମଧ୍ୟ ରାତିରେ ୬୦ରୁ ଉର୍ଦ୍ଧ ମାଓବାଦୀ ଗୁମ୍ମାରେ ଥିବା ଠିକାଦାର କ୍ୟାମ୍ପରେ ପହଞ୍ଚି କ୍ୟାମ୍ପରେ ଥିବା ଦୁଇ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରି ମୋବାଇଲ ଛଡାଇ ନେଇଯାଇଥିଲେ । ପରେ ଗାଡି ଗୁଡିକୁ ପୋଡି ତିନୋଟି ପୋଷ୍ଟର ଛାଡି ଯାଇଛନ୍ତି । ଏହି ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣକରି ବେଦାନ୍ତ କମ୍ପାନୀ ଖଣି ଉତଳନ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି। ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ୧୦ କୋଟି ଟଙ୍କା ଅଟକଳ ରେ ନିର୍ମାଣ ଚାଲିଥିଲା, ଏହାପୂର୍ବରୁ ଦୁଇଥର ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ କରି ପୋଡିଦେଇଥିଲେ।