ଦୀପାବଳିରେ ନିଆଁ ଲାଗି ଜଣେ ଗୁରୁତର

ରାଉରକେଲା, ଏନଏନଏସ: ଦୀପାବଳୀରେ ଏକ ଅଘଟଣ ଘଟି ଯାଇଛି। ପରିବାର ସଦସ୍ୟ ପୂଜାରେ ବ୍ୟସ୍ତ ଥିବା ବେଳେ ହଠାତ୍ ଲାଗି ନିଆଁ ଲାଗି ଜଣେ ବ୍ୟକ୍ତି ଗୁରୁତର ଗୁରୁତର ହୋଇଛନ୍ତି।  ଆଜି ସନ୍ଧ୍ୟାରେ  ବାସନ୍ତୀ କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର  ରାଉରକେଲା ମହାନଗର ନିଗମର କର୍ମଚାରୀ ପୁରୁଷୋତ୍ତମ ସାମଲ ସପରିବାର ବସବାସ କରନ୍ତି। ଦୀପାବଳୀ ପୂଜା ଘରେ ଚାଲୁ ଥିବା ବେଳେ ନିଆଁ ଲାଗି ଯାଇ ଥିଲା। ଫଳରେ ଶ୍ରୀ ସାମଲ ଗୁରୁତର ହୋଇ ଥିବା ବେଳେ ଅନ୍ୟ ସଦସ୍ୟ ନିଆଁରୁ ବର୍ତ୍ତି ଯାଇ ଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରି ଥିଲେ। ଏହି ଘଟଣାରେ ଘରର କିଛି ସାମଗ୍ରୀ ଜଳିପଡ଼ି ପାଉଁଶ ହୋଇ ଥିବା ଜଣାପଡ଼ିଛି।