ନିଷ୍ଠା ପରିବାର ତରଫରୁ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି। ଯାହାକୁ ଦୃଷ୍ଟିରେ ରଖି ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ବିଭିନ୍ନ ଗ୍ରାମରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।

ଏହି କର୍ମରେ ଗାଇସିଲେଟ ବ୍ଲକର ଭୁତିବାହାଲ, ସର୍ଗିପାଲି, ନାଥପାଲି, କନ୍ଦାଗାଡ, ଟେଂଗନାପାଲି, ଭାଂଗମୁଣ୍ଡା , ଜଡାମୁଡା, ଜାମୁଠବାହାଲ ଆଦି ଗ୍ରାମରେ ସର୍ବମୋଟ ୧୧୦ ପାକେଟ୍ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଅନେକ ଦିବ୍ୟାଙ୍ଗ ମାନଙ୍କୁ ମଧ୍ଯ ରାସନ ସାମଗ୍ରୀ ଦିଆଯାଇଥିଲା।

ଏଥିରେ ନିଷ୍ଠାର ସଦସ୍ଯ ତଥା ପୂର୍ବତନ ସାଂସଦ ପ୍ରଭାସ ସିଂହ ଯୋଗଦେଇ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ନିଷ୍ଠାର ଉପସଭାପତି କ୍ଷୀରୋଦ୍ର ସାହୁ, ସଦସ୍ଯ ସତ୍ୟଜିତ ପଟ୍ଟନାୟକ, ରୋହିତ ସାହୁଙ୍କ ସମେତ ଗାଇସିଲେଟର ଅହିଂସା କ୍ଲବର ସଭାପତି ଲକ୍ଷ୍ମଣ ଜୁଆଡି, ସମ୍ପାଦକ ଶିବ ପ୍ରସାଦ ସାହୁ, ଗୁରୁଦେବ ସାହୁ, ଜଗଦାନନ୍ଦ ନାଏକ ପ୍ରମୁଖ ରାସନ ସାମଗ୍ରୀ ବଣ୍ଟନରେ ପ୍ରମୁଖ ସହଯୋଗ କରିଥିଲେ।