ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଏବଂ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି । ଏନେଇ ଅଷ୍ଟ୍ରେଲିଆର ରାଜଦୂତ ବେରୀ ଔ ଫେରେଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ବେରୀ ଔ ଫେରେଲ କହିଛନ୍ତି ଯେ, ରତନ ଟାଟା ଜଣେ ବ୍ୟବସାୟୀ, ଉଦ୍ୟୋଗପତି ଓ ପରୋପକାରୀ ବ୍ୟକ୍ତି । ରତନ ଟାଟାଙ୍କ ଯୋଗଦାନ ଅଷ୍ଟ୍ରେଲିଆରେ ମଧ୍ୟ ଦେଖିବାକୁ ମିଳିଛି । ଭାରତ ଓ ଅଷ୍ଟ୍ରେଲିଆର ସମ୍ବନ୍ଧର ଦୀର୍ଘ ଦିନର ଚୁକ୍ତି ପାଇଁ ରତନ ଟାଟାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ରେ ସମ୍ମାନିତ କରି ଖୁସି ଅନୁଭବ କରୁଛୁ ।