୨୦୨୪ରେ ପୁଣି ନିର୍ବାଚନ ଲଢ଼ିବେ ବାଇଡେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ । ସେଥିପାଇଁ ବାଇଡେନ ନିଜ ନିର୍ବାଚନୀ କ୍ୟାମ୍ପେନ ଟିମର ଘୋଷଣା କରି ଦେଇଛନ୍ତି । ବାଇଡେନ ପୁଣିଥରେ ହ୍ୱାଇଟ ହାଉସର ବରିଷ୍ଠ ଅଧିକାରୀ ଏବଂ ଦୀର୍ଘ ଦିନରୁ ଡେମୋକ୍ରେଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଜୁଲୀ ଶାବେଜ ରୋଡ୍ରିଗଜଙ୍କୁ ନିଜ ନିର୍ବାଚନ ଅଭିଯାନର ପ୍ରବନ୍ଧନ ପାଇଁ ଚୟନ କରିଛନ୍ତି । ଏହାପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଗଣମାଧ୍ୟମକୁ କହିଥିଲେ ଯେ, ମୁଁ ପୁଣିଥରେ ନିର୍ବାଚନ ଲଢ଼ିବା ପାଇଁ ଚିନ୍ତା କରୁଥିବା କଥା ପୂର୍ବରୁ କହିସାରିଛି । ମୁଁ ଖୁବଶୀଘ୍ର ଏହାର ଘୋଷଣା କରିବି ।